ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ କୋରୋନା ରୋଗୀଙ୍କ ସଂଖ୍ୟାରେ ଏବେ ଦୃତ ଗତିରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୯୭୭ ଟି ନୂଆ କୋରୋନା ସଂକ୍ରମଣ ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ରେ ୧୫୪ ଜଣଙ୍କର ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାର ୮୪୫ ହୋଇଛି ଯେଉଁଥିରେ ୪ ହଜାର ୨୧ ଜଣଙ୍କର ମୃତ୍ୟୁ ହୋଇଛି।
କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୫୭ ହଜାରରୁ ଅଧିକ ହୋଇଛି। ବର୍ତ୍ତମାନ ସୁଦ୍ଧା ୫୭ ହଜାର ୭୨୧ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ୭୭ ହଜାର ୧୦୩ ସକ୍ରିୟ ମାମଲା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୩ ହଜାରରୁ ଅଧିକ ନୂଆ ମାମଲା ଦେଖିବକୁ ମିଳିଛି। ବର୍ତ୍ତମାନ ମୋଟ ରୋଗୀଙ୍କ ସଂଖ୍ୟା ୫୦ ହଜାରରୁ ଅଧିକ ଏବଂ ୧୬୩୫ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ କରୋନା ରୋଗୀଙ୍କ ସଂଖ୍ୟା ୧୬ ହଜାର ଅତିକ୍ରମ କରିଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୧୬ ହଜାର ୨୭୭ ଏବଂ ୧୧୧ ଜଣଙ୍କର ମୃତ୍ୟୁ ହୋଇଛି।
ଗୁଜୁରାଟରେ ସମୁଦାୟ କରୋନା ରୋଗୀଙ୍କ ସଂଖ୍ୟା ୧୪ ହଜାରରୁ ଅଧିକ ହୋଇଛି। ଏ ପର୍ଯ୍ୟନ୍ତ ଏଠାରେ ୮୫୮ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀର ମୋଟ କରୋନା ରୋଗୀ ଙ୍କ ସଂଖ୍ୟା ୧୩ ହଜାର ୪୧୮ କୁ ବୃଦ୍ଧି ହୋଇଛି। ଯେଉଁଥିରେ ୨୬୧ ଜଣଙ୍କର ମୃତ୍ୟୁ ହୋଇଛି। ରାଜସ୍ଥାନରେ ମୋଟ ରୋଗୀଙ୍କ ସଂଖ୍ୟା ୭ ହଜାରରୁ ଅଧିକ ଏବଂ ଏଠାରେ ୧୬୩ ଜଣଙ୍କର ମୃତ୍ୟୁ ହୋଇଛି। ମଧ୍ୟପ୍ରଦେଶରେ ରୋଗୀଙ୍କ ସଂଖ୍ୟା ୬୬୬୫ ଏବଂ ୨୯୦ ଜଣଙ୍କର ମୃତ୍ୟୁ ହୋଇଛି।