ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ବିସ୍ତାରରେ ରୋକ୍ ଲାଗିଛି। ଦୈନିକ ସଂକ୍ରମଣରୁ ଆଶ୍ୱସ୍ତି ମିଳିଛି। ଗତକାଲି ୫୩ ହଜାର ୩୩୨ଟି ନମୁନା ପରୀକ୍ଷଣ ହୋଇଥିଲା ବେଳେ ୧୭୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସଙ୍ଗରୋଧ କେନ୍ଦ୍ରରୁ ୯୮ ଓ ସ୍ଥାନୀୟ ଅଞ୍ଚଳରୁ ୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩୪ ଜଣ ୧୮ ବର୍ଷରୁ କମ୍ ବର୍ଗର ପିଲା ରହିଛନ୍ତି।
ଗଜପତିରୁ ସର୍ବାଧିକ ୨୪ ,ଖୋର୍ଦ୍ଧାରୁ ୨୩,ସମ୍ବଲପୁରରୁ ୨୨, ସୁନ୍ଦରଗଡ଼ରୁ ୭, କଟକ଼ରୁ ୬, ଜଗତସିଂହପୁରରୁ ୩,ଯାଜପୁରୁ ୧୫, କୋରାପୁଟରୁ ୪, ଅନୁଗୁଳରୁ ୫, କେନ୍ଦ୍ରାପଡ଼ା ୧, ମୟୁରଭଞ୍ଜ ୮,ଦେଓଗଡ ୩,ଢେଙ୍କାନାଳ ୧, ଗଞ୍ଜାମ ୧, ଝାରସୁଗୁଡା ୨୧, କଳାହାଣ୍ଡି ୩, କନ୍ଧମାଳ ୧, ନବରଙ୍ଗପୁର ୩, ପୁରୀ ୧, ରାୟଗଡ଼ା ୫, ବାଲେଶ୍ୱର ୧, ବରଗଡ଼ ୨, ଭଦ୍ରକ ୩, ବଲାଙ୍ଗିର ୨, ବୌଦ୍ଧ ୧ ଏବଂ ଷ୍ଟେଟ୍ପୁଲ୍ ୫ ସଂକ୍ରମିତ ହୋଇଛନ୍ତି।
ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୦୩୮ରେ ପହଞ୍ଚିଥିଲା ବେଳେ, ଗତକାଲି ୩୮୨ ସୁସ୍ଥ ହୋଇଛନ୍ତି, ଏହା ସହିତ ୧୨ ଲକ୍ଷ ୭୩ ହଜାର ୩୦୪ ସୁସ୍ଥ ହୋଇଛନ୍ତି ଏବଂ ରାଜ୍ୟରେ ଏବେ ୨ ହଜାର ୬୧୦ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।