ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୧ ହଜାର ୨୧୮କୁ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା ୧ ହଜାର ୨୧୮କୁ ବୃଦ୍ଧି ହୋଇଛି। ତେବେ ଦେଶରେ କରୋନାରେ ମୋଟ ୩୭ ହଜାର ୩୩୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୯ ହଜାର ୯୫୧ ଜଣ।

ବିଭିନ୍ନ ହସ୍ପିଟାଲରେ ୨୬ ହଜାର ୧୬୭ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ମହାରାଷ୍ଟ୍ରରେ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ ୧୧ ହଜାର ୫୦୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪୮୫ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୧ ହଜାର ୮ଜଣ ସଂକ୍ରମିତ ହୋଇଛନ୍ତି।