ହୁକୁମତୋଲାରେ ଅତ୍ୟାଧୁନିକ ‘ହିରୋ ସୋ ରୁମ୍‌’ ଲୋକାର୍ପିତ

ମୁନିଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ନିକଟସ୍ଥ ହୁକୁମତୋଲାର ଶ୍ରୀ ରାମେଶ୍ୱର ଶିବ ମନ୍ଦିର ସମ୍ମୁଖ ମୁଖ୍ୟ ରାଜ୍ୟ ରାଜପଥ ପାଖରେ ଏକ ଅତ୍ୟାଧୁନିକ ହିରୋ ବାଇକ୍ ସୋରୁମ୍ ଗ୍ରାହକଙ୍କ ସେବା ଓ ବିକ୍ରୟ ନିମନ୍ତେ ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ମୁନିଗୁଡ଼ା ଅଞ୍ଚଳର ସ୍ୱନାମଧନ୍ୟ ସମାଜସେବୀ, ବୁଦ୍ଧିଜୀବୀ, ସନାତନ ଧର୍ମ, ସଂସ୍କୃତିର ସଂରକ୍ଷଣ, ସଂଗଠକ ସ୍ୱର୍ଗତ ଆଦିତ୍ୟ ପ୍ରସାଦ ଜେନାଙ୍କ ପୁଅ ଗୌତମ ଜେନା ଓ ପୁରୁଷୋତ୍ତମ ଜେନାଙ୍କ ପ୍ରୟାସରେ ମୁନିଗୁଡ଼ା ଉପକଣ୍ଠ ହୁକୁମତୋଲା ଛକ ପାର୍ଶ୍ୱରେ ଏହି ଶୋରୁମ୍ ଆଜି କାର୍ଯ୍ୟକ୍ଷମ ହୋଇଛି । ଦୀର୍ଘ ବର୍ଷ ହେବ ଏହି ହିରୋ ବାଇକ୍ ସେବାକୁ ଅତି ନିକଟରେ ପାଇବାକୁ ମୁନିଗୁଡ଼ା, ଚନ୍ଦ୍ରପୁରର ହିରୋ ବାଇକ ଗ୍ରାହକଙ୍କ ଅପେକ୍ଷା ଥିଲା । ଏହି ସମୟରେ ମୁନିଗୁଡ଼ା, ହୁକୁମତୋଲା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ, ଗ୍ରାହକ, ଶୁଭେଚ୍ଛୁ ଓ ଜେନା ପରିବାର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।