ପାଟଣାଗଡ଼ରେ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପାଟଣାଗଡ଼,ଏନ୍ଏନ୍ଏସ୍: ଭାରତରେ କରୋନାର ମୁକାବିଲା କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ନିବେଦନ କରିଥିଲେ ଯେ ଏହି ମହାମାରୀ ଯୋଗୁଁ ତାଙ୍କ ରିଲିଫ ଫାଣ୍ଠିକୁ ସହଯୋଗର ହାତ ବଢାଇବାକୁ। ଏ ନେଇ ଆଜି ପାଟଣାଗଡ଼ ବ୍ଲକର ସରପଞ୍ଚ ସଂଘ ପକ୍ଷରୁ ୬୦ ହଜାର ଟଙ୍କା ଓ ବ୍ଲକ୍ ଅଧ୍ୟକ୍ଷ ଉପାଧ୍ୟକ୍ଷ ଓ ସମିତି ପକ୍ଷରୁ ୫୭ ହଜାର ୩୪୦ ଟଙ୍କା ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ଏହି ସମୟରେ ବ୍ଲକ୍ ଅଧ୍ୟକ୍ଷ ଭକ୍ତବନ୍ଧୁ ନାୟକ, ସଂଯୁକ୍ତା ସାହୁ, ମହାଦେବ ମେହେର, ଜୟନ୍ତ କୁମ୍ଭାର ଲିଙ୍ଗ, ନାଗ ଚର୍ତ୍ତୁଭୁଜ ମେହେର, ପ୍ରଶାନ୍ତ ମେହେର, ସୁମତି ମେହେର ଓ ଉପାଧ୍ୟକ୍ଷ ପଦ୍ମିନୀ ସାହୁ ଉପସ୍ଥିତ ଥିଲେ। ସେହିପରି କେନ୍ଦୁମୁଣ୍ଡି ସ୍ୱୟଂସହାୟକ ଗୋଷ୍ଟି ପକ୍ଷରୁ ୫୦ ହଜାର ଅସଲାମ କଟନ ମିଲ ପକ୍ଷରୁ ମଧ୍ୟ ୨୫ ହଜାର ଟଙ୍କା ଲେଖାଏଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଟକୁ ଦାନ କରିଥିବା ପାଟଣାଗଡ଼ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଛନ୍ତି।