କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହେଲା ଲକ୍ ଡାଉନ୍ ଗାଇଡଲାଇନ, ମେ’୩ ଯାଏଁ କଣ୍ ଖୋଲା ରହିବ ଓ କଣ୍ ବନ୍ଦ୍ ରହିବ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରେ କରୋନା ସ୍ଥିତି ଅନିୟନ୍ତ୍ରୀର ରହିଥିବା ବେଳେ ଏ ନେଇ ସାରା ଦେଶ ସଙ୍କଟରେ ଗତି କରୁଛି। ତେବେ ଏହି ସମୟରେ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଏହାର ମୁକାବିଲାରେ ଏକଜୁଟ ହୋଇଛନ୍ତି। ତେବେ ଏହି ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଯାଇ ଦେଶରେ ଗତ ୨୧ ଦିନ ଧରି ଲକଡାଉନ କରାଯାଇଥିଲା। ଏବଂ ସଂକ୍ରମଣ କମିବାର ନା ନେଉନଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ମେ’ ୩ ଯାଏଁ ସମ୍ପୂର୍ଣ୍ଣ ଲକଡାଉନ୍ ଘୋଷଣା କରିଛନ୍ତି। ତେବେ ଏହି ସମୟରେ କେଉଁ ଜରୁରୀ ସେବା ଓ ସଂସ୍ଥା ଖୋଲା ରହିବ ସେ ନେଇ ଗାଇଡ଼ଲାଇନ ଜାରି କରାଯାଇଛି।
ଆଜିଠୁ ଦ୍ଵିତୀୟ ପର୍ୟ୍ୟାୟ ଲକ୍ ଡାଉନ୍ ଆରମ୍ଭ ହୋଇଛି। ସମ୍ପୂର୍ଣ ଦେଶକୁ ମେ ୩ ଯାଏଁ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହି ସମୟରେ କେଉଁ କାମ ହେବ କେଉଁ କାମ ହେବନି ତା ଉପରେ ଗାଇଡ ଜାରି ହୋଇଛି।
ସେଥିମଧ୍ୟରେ ଟ୍ରେନ୍ ଓ ବସ୍ ଯୋଗେ ଯାତ୍ରୀ ପରିବହନ ବନ୍ଦ୍ ରହିବ, ସବୁ ସିନେମା ହଲ୍, ସୁଇମିଂ ପୁଲ, ଜିମ୍, ଧାର୍ମିକ ପୀଠ, ସମସ୍ତ ଆନ୍ତର୍ଜତୀୟ ଓ ଘରୋଇ ବିମାନ ଉଡାଣ ବନ୍ଦ ରହିବ। ସେହିପରି କଣ୍ଟନମେଣ୍ଟ ଅଞ୍ଚଳ ଗୁଡିକରେ କଡ଼ାକଡ଼ି ନିୟମ ପାଳନ ହେବ। ସମସ୍ତ ସାମାଜିକ ଓ ରାଜନୈତିକ ଏବଂ ଧାର୍ମିକ କାର୍ୟ୍ୟକ୍ରମ, କରୋନା ହଟସ୍ପଟ ଅଞ୍ଚଳ ଗୁଡିକରେ ପ୍ରତିଷେଧକ ଗ୍ରହଣ ପାଇଁ ରାଜ୍ୟ ସରକାର ଦାୟିତ୍ୱ ନେବେ ଓ ଶବ ସତ୍କାର ବେଳେ ୨୦ରୁ ଅଧିକ ଲୋକ ଏକାଠି ହେବେନାହିଁ।
କଣ୍ଟନମେଣ୍ଟ ଅଞ୍ଚଳ ଗୁଡିକରେ ଅତ୍ୟାଶ୍ୟକୀୟ ସାମଗ୍ରୀ ପହଞ୍ଚାଯିବ, ଲକଡାଉନ୍ ବେଳେ ଖୋଲା ରହିବ ଫଳ ପରିବା ଓ ମେଡ଼ିସିନ୍ ଦୋକାନ, ମାଛ, ମାଂସ, ରାସନ ଦୋକାନ ଖୋଲା ରହିବ, ବ୍ୟାଙ୍କ୍, ଏଟିଏମ୍ ଖୋଲା ରହିବ, ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଖୋଲା ରହିବ, ଇ-କମର୍ସ, ପେଟ୍ରୋଲ ପମ୍ପ, ଆଦି ଖୋଲା ରହିବ ବୋଲି ଗାଇଡ଼ଲାଇନ ଜାରି ହୋଇଛି।