ଫୁଲବାଣୀ,ବ୍ରାହ୍ମଣୀଗାଁ,ଏନ୍ଏନ୍ଏସ୍: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ଶରତ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଘରେ ଘରେ ହାତ, ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଜିଲ୍ଲାର ଫୁଲବାଣୀ, ଜି.ଉଦୟଗିରି ଓ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଏହି କାର୍ଯ୍ୟକ୍ରମ ଦିନକୁଦିନ ବୃଦ୍ଧି ପାଇଥିବାବେଳେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ତରଫରୁ ସିମନବାଡ଼ି, ତିଲରୀ, ବୁଡ଼ାଗୁଡ଼ା ପଞ୍ଚାୟତର ବିଭିନ୍ନ ଗାଁ କରିପାଙ୍କା, ଆଲାରି, ଲାରୀବାଡ଼ି, ଗବାଟବାଡ଼ି, ସରୁମାହା ଓ ଜୋହାନପଲି ଅଞ୍ଚଳରେ ପ୍ରତି ଘରକୁ ଘର ବୁଲି ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଡାକ୍ତରୀ ବ୍ୟବସ୍ଥା, ବସ୍ତି ବାସିନ୍ଦା ଓ ଗରିବ ଲୋକଙ୍କ ବାସହୀନ ବ୍ୟବସ୍ଥା ନେଇ ସମସ୍ୟା, ବିଜେଡି ସରକାରର ୨୩ ବର୍ଷର ମହାଦୁର୍ନୀତିର ଚିଠା, ବିଜେପିର ପ୍ରତିଶ୍ରୁତି, ପ୍ରତାରଣା ଓ କଂଗ୍ରେସ ଶାସନର ଓଡ଼ିଶା ପ୍ରତି ଅବଦାନ ନେଇ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଇ ଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ କମିଟି ସଭାପତି ପ୍ରଦୀପ ନାୟକ, ନାରୀନେତ୍ରୀ ସୀମଳରାଣୀ ପଡ୍ରା, କାଥଲିନା ପରିଚ୍ଛା, ଏଲନ ନାୟକ, ଶିଶିର ପରିଚ୍ଛା, ଦୀପକ ପ୍ରଧାନ, ଅକ୍ଷମାନ ନାୟକ ଓ ବିଦ୍ୟାଧର ମାଲିକ ଆଦି କାର୍ଯ୍ୟକ୍ରମରେ ସାମିଲ ଥିଲେ । ଆସନ୍ତା ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟକ୍ର୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।