ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀରେ ଶନିବାର ଭୋରରେ ଘନ କୁହୁଡ଼ି ଯୋଗୁଁ କେତେକ ବିମାନ ଓ ଟ୍ରେନ ଚଳାଚଳରେ ଅସୁବିଧା ଦେଖାଦେଇଛି। ଅଞ୍ଚଳରେ ଘନ କୁହୁଡ଼ି ଯୋଗୁଁ କେତେକ ବିମାନ ଓ ରେଳ ଚଳାଚଳରେ ଅସୁବିଧା ଉପୁଜିଛି। ଶନିବାର ଦିନ ସରକାରୀ ଅଧିକାରୀମାନେ ଦେଇଥିବା ବିବୃତିରେ କହିଛନ୍ତି ଯେ ଶୁକ୍ରବାର ମଧ୍ୟରାତ୍ରୀ ଯାଏଁ ଦିଲ୍ଲୀ ବିମାନବନ୍ଦରରେ ଘନ କୁହୁଡ଼ି ଯୋଗୁଁ ୪୬ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି।
କୁହୁଡ଼ି ଯୋଗୁଁ ଉତ୍ତର ଭାରତକୁ ଯାଉଥିବା ୧୭ଟି ଟ୍ରେନ୍ ବିଳମ୍ବରେ ଯାତ୍ରା କରୁଛି। କୁହୁଡ଼ି ଯୋଗୁଁ ଦୃଶ୍ୟତା ୫୦ ମିଟରରୁ କମ୍ ହୋଇଯିବାରୁ ଶୁକ୍ରବାର ଦିନ ଦିଲ୍ଲୀ ବିମାନ ବନ୍ଦରରେ ୩୦୦ ବିମାନ ଉଡ଼ାଣ ଏବଂ ଅବତରଣରେ ବିଳମ୍ବ ଘଟିଥିଲା। ଶହ ଶହ ଯାତ୍ରୀ ବିମାନ ବନ୍ଦରରେ ଅଟକି ରହିଥିଲେ। ଭାରତୀୟ ପାଣିପାଗ ବିଭାଗ କହିଛି ଯେ ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ପଞ୍ଜାବ, ବିହାର, ଆସାମ ଏବଂ ମେଘାଳୟରେ ଘନ କୁହୁଡ଼ି ପରିଲକ୍ଷିତ ହୋଇଥିଲା। ଉତ୍ତର ରାଜସ୍ଥାନ, ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ମଧ୍ୟ ଅତ୍ୟଧିକ ଘନ କୁହୁଡ଼ି ଘୋଟି ରହିଥିଲା। ଜାତୀୟ ରାଜଧାନୀ ଅଞ୍ଚଳରେ ସର୍ବୋଚ୍ଚ ଓ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ୧୫ ଓ ୮ ଡିଗ୍ରି ସେଲ୍ସିଅସ୍ ମଧ୍ୟରେ ରହିବ।