ବଲାଙ୍ଗିର,ଏନଏନଏସ: ବିଶାଖାପାଟଣା ରୁ ରାୟପୁର ଅଭିମୁଖେ ଯାଉଥିବା ଏକ କୋଇଲା ବୋଝଇ ଟ୍ରେନର ୨୧ ଟି ବଗିରେ ନିଆଁ ଲାଗି ଯାଇଥିଲା । ଦୀର୍ଘ ସମୟ ଧରି ଅଗ୍ନିଶମ ବିଭାଗ ଅକ୍ଲାନ୍ତ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲା । ତେବେ ନିଆଁ କିଭଳି ଭାବରେ ଲାଗିଲା ତାହା ଜଣା ପଡିନାହିଁ । ନିଆଁ ଲାଗିବା ଘଟଣାକୁ ନେଇ ରେଳ ବିଭାଗ ତଦନ୍ତ ଆରମ୍ଭ କରିଛି । ମିଳିଧିବା ସୂଚନା ଅନୁଯାୟୀ , ସୋମବାର ରାତି ୧୦ ଟା ସମୟରେ ବିଶାଖାପାଟଣାରୁ ରାୟପୁର ଯାଉଥିବା ଏକ କୋଇଲା ବୋଝେଇ ମାଲବାହୀ ଟ୍ରେନ ମୁରିବାହାଲ ଷ୍ଟେସନରେ ପହଞ୍ଚଥିଲା ।
ତେବେ ମୁରିବାହାଲରେ ପହଞ୍ଚବା ପରେ ଟ୍ରେନର ବିଭିନ୍ନ ପଟୁ ଧୁଆଁ ବାହାରୁଥିବା ସଙ୍ଗେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା । ତେବେ ନିଆଁ ଲାଗିଥିବା ଅବସ୍ଥାରେ ଟ୍ରେନ ଟି କଣ୍ଟାବାଞ୍ଜି ଷ୍ଟେସନରେ ପହଞ୍ଚଥିଲା । ଟ୍ରେନ କଣ୍ଟାବାଞ୍ଜିରେ ପହଞ୍ଚବା ପରେ ରେଳ ବିଭାଗ କର୍ତ୍ତୃପକ୍ଷ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଦମକଳ ଗାଡି ସହିତ ରେଳ ଷ୍ଟେସନରେ ପହଞ୍ôଚ ନିଆଁ ଲିଭାଇବା ଆରମ୍ଭ କରିଥିଲେ ।
ତେବେ ଦୀର୍ଘ ୬ ଘଣ୍ଟା ଧରି ଅକ୍ଳାନ୍ତ ପରିଶ୍ରମ କରିବା ପରେ ପ୍ରାତଃ ପ୍ରାୟ ୪ ଟା ସମୟରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ । ତେବେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇଛି । ତେବେ ମଧ୍ୟ ଲକ୍ଷାଧିକ ଟଙ୍କାର କୋଇଲା ନଷ୍ଟ ହୋଇଯାଇଥିବା କୁହାଯାଇଛି । ତଦନ୍ତ ପରେ କ୍ଷୟକ୍ଷତିର ସଠିକ ଆକଳନ କରାଯାଇପାରିବ । ନିଆଁ ଲାଗିବା କାରଣ ଜଣା ପଡିନଥିଲେ ମଧ୍ୟ ରେଳ ବିଭାଗ ଘଟଣାର ତଦନ୍ତ ଆରମ୍ଭ କରିଛି ।