ନୂଆଦିଲ୍ଲୀ,ଏଜେନ୍ସି: ନୂଆଦିଲ୍ଲୀର କିରାଡ଼ୀ ଅଞ୍ଚଳରେ ଥିବା ଏକ ଫର୍ନିଚର ମାର୍କେଟରେ ମଙ୍ଗଳବାର ପୂର୍ବାହ୍ଣରେ ଅଗ୍ନିକାଣ୍ଡ ଘଟିଛି। ତେବେ ଅଗ୍ନିକାଣ୍ଡର ପରିମାଣ ଅତ୍ୟଧିକ ଥିଲା। ମାର୍କେଟର ଏକ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଛି। ୩ ମହଲା ବିଶିଷ୍ଟ ଏହି ଗୋଦାମ ଗୃହଟି ପାଖାପାଖି ୩୦୦ ବର୍ଗ ମିଟର ଅଞ୍ଚଳ ବ୍ୟାପିଥିବାରୁ ଏହାର ଆଖପାଖକୁ ଅନେକ ଦୋକାନ ଲାଗିରହିଥିବାରୁ ବ୍ୟବସାୟୀମାନେ ଭୟଭୀତ ହୋଇଯାଇଛନ୍ତି।
ଖରବପାଇ ତୁରନ୍ତ ୮ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଚଳାଇଛନ୍ତି। ଏହି ଅଗ୍ନିକାଣ୍ଡରେ କୌଣସି ଜୀବନ ହାନୀ ହୋଇନଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଗତ ରବିବାର ଦିନ ଦିଲ୍ଲୀର ରାଣୀ ଝାନ୍ସୀ ରୋଡ୍ରେ ଥିବା ଏକ ମଣ୍ଡି ଏବଂ ଲଗେଜ ଫାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟି ୪୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୫୦ରୁ ଅଧିକ ଆହତ ହୋଇଥିଲେ।