ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଲାଗୁ ହେଲା ଏସମା

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ସ୍ୱାସ୍ଥ୍ୟ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଏସମା ଲାଗୁ କରାଯାଇଛି । ଏଥିରେ ନର୍ସ, ଫାର୍ମାସିଷ୍ଟ, ପାରାମେଡିକ ଓ ଟେକ୍ନିସିଆନ ସାମିଲ ରହିଛନ୍ତି । ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପ୍ରତି ବି ଲାଗୁ ହେବ । ଜରୁରୀ ସେବାରେ ବ୍ୟାଘାତ ନଘଟିବା ପାଇଁ ଏସମା ଲାଗୁ ହୋଇଛି । ସବୁ ସରକାରୀ ଚିକିତ୍ସାଳୟରେ ନିୟୋଜିତ କର୍ମଚାରୀଙ୍କ ପ୍ରତି ଏସମା ଲାଗୁ ହେବ । ଆସନ୍ତା ୬ ମାସ ପର୍ଯ୍ୟନ୍ତ ନିୟମ ଲାଗୁ ହୋଇଥିବା ନେଇ ସୂଚନା ମିଳିଛି ।