ଆଜିଠାରୁ ସମଗ୍ର ପବିତ୍ର ରମଜାନ ମାସ ଆରମ୍ଭ, ଶୁଭେତ୍ସାର ବାର୍ତ୍ତା ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

କରୋନା ଭାଇରସ ସଙ୍କଟ ଓ ଲକଡାଉନ ମଧ୍ୟରେ, ମୁସଲମାନମାନଙ୍କର ପବିତ୍ର ରମଜାନ ମାସ ଆରମ୍ଭ ହୋଇଛି। ଏଥିରେ ଶନିବାର ସମଗ୍ର ଦେଶରେ ରମଜାନ ଘୋଷଣା କରାଯାଇଛି ଏବଂ ଆଜିଠାରୁ ଏହି ପବିତ୍ର ମାସ ଆରମ୍ଭ ହୋଇଛି। ଏଥିପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ନେତା ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରବାସୀଙ୍କୁ ରାମଜାନର ଶୁଭେତ୍ସା ଜଣାଇବା ସହିତ ସମସ୍ତେ ଘରେ ରହି ରମଜାନ ପାଳନ କରିବାକୁ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ରମଜାନ ମାସର ଆରମ୍ଭକୁ ଅଭିନନ୍ଦନ ଜଣାଇ କହିଛନ୍ତି, ‘ରମଜାନର ଶୁଭେଚ୍ଛା! ମୁଁ ସମସ୍ତଙ୍କ ସୁରକ୍ଷା, କଲ୍ୟାଣ ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରୁଛି। ଏହି ପବିତ୍ର ମାସ ଏହା ସହିତ ପ୍ରଚୁର ଦୟା, ସୌହାର୍ଦ୍ଦ୍ୟ ଏବଂ କରୁଣା ଆଣୁ। କରୋନା ବିରୋଧରେ ଚାଲିଥିବା ଏହି ଯୁଦ୍ଧରେ ଆମେ ଏକ ନିର୍ଣ୍ଣାୟକ ବିଜୟ ହାସଲ କରିବୁ ଏବଂ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବୁ।

କଂଗ୍ରେସର ପୂର୍ବତନ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି ଯେ ସମସ୍ତଙ୍କୁ ଶୁଭେଚ୍ଛା। ଏହି ରମଜାନ ମାସରେ ମୁଁ ସମସ୍ତଙ୍କୁ ଶାନ୍ତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି।