କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବସନ୍ତପୁର ନିକଟରେ ୪ଟି ହାତୀଙ୍କୁ ବୁଲୁଥିବା ଦେଖାଯାଇଛି। ଏ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନା ଅନୁସାରେ କେନ୍ଦୁଝର ସଦର ବନାଞ୍ଚଳ ବସନ୍ତପୁର ପଞ୍ଚାୟତର କାଣ୍ଡସର ଠାରେ ଦିନରେ ୪ଟି ହାତୀ ବୁଲୁଥିବା ଦେଖିବାକୁ ମିଳିଛି।

ତେବେ ଶନିବାର ରାତ୍ରିରେ ବସନ୍ତପୁର ଅଞ୍ଚଳରେ ୧୦ଟି ହାତୀପଲ ଧାନ ବିଲରେ ପଶି ଥିବାବେଳେ ସେମାନଙ୍କୁ ଘୋଉଡାଇବାରେ ଗ୍ରାମବାସୀ ବିଫଳ ହୋଇଥିଲେ। ସେହି ହାତୀପଲ ମଧ୍ୟରୁ ୨ଟି ଛୁଆ ହାତୀ ଓ ୨ଟି ବଡ଼ ହାତୀ ଜଙ୍ଗଲକୁ ଫେରିପାରି ନଥିବା ଜଣାଯାଉଛି।
