ଦିଲ୍ଲୀ-ଏନ୍‌ସିଆରରେ ଭୂକମ୍ପ ଝଟକା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ, ପଞ୍ଜାବ, ହରିୟାଣା ସମେତ ଉତ୍ତରଭାରତର କେତେକସ୍ଥାନରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ସନ୍ଧ୍ୟା ୫ଟା ୧୨ ମିନିଟ୍‌ରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ପଡ଼ୋଶୀ ଆଫଗାନିସ୍ଥାନରେ ବି ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ର ଆଫଗାନିସ୍ଥାନର କାବୁଲ ନିକଟରେ ବୋଲି ଚିହ୍ନଟ ହୋଇଛି। ୨୫ ସେକେଣ୍ଡ ପର୍ୟ୍ୟନ୍ତ ଏହି ଭୂକମ୍ପର ଝଟକା ଉତ୍ତର ଭାରତରେ ଲୋକମାନେ ଅନୁଭବ କରିଥିଲେ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରହିଥିବା ଜଣାପଡ଼ିଛି।