ନୂଆଦିଲ୍ଲୀ: ଦେଶରେ କରୋନା ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଗତ ୧୪ ଦିନ ମଧ୍ୟରେ ୪୭ଟି ଜିଲ୍ଲାରେ କୌଣସି ପଜିଟିଭ କେସ ମିଳିନାହିଁ। ପୂର୍ବରୁ ଏଠାରେ ପଜିଟିଭ୍ କେସ୍ ମିଳିଥିଲେ ହେଁ ୧୪ ଦିନ ହେବ ସ୍ଥିତିରେ ସୁଧାର ଆସିଛି। ଏହି ତାଲିକାରେ ଓଡ଼ିଶାର ପୁରୀ ଓ ଭଦ୍ରକ ସାମିଲ ଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏଥି ସହିତ ତବଲୀଗୀ ଜମାତ ଯୋଗୁଁ ଦେଶର ୨୩ଟି ରାଜ୍ୟରେ କରୋନା ସଂକ୍ରମିତ ହୋଇଛି। ତବଲୀଗୀ ଲିଙ୍କର ମୋଟ ୪୨୯୧ ପଜିଟିଭ ଚିହ୍ନଟ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି।