ଦେବଗଡ଼,ଏନ୍ଏନ୍ଏସ୍: ବୈଦ୍ୟୁତିକ ଗଣମାଧ୍ୟମ ରିପବ୍ଲିକ ଭାରତ ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣଭ ଗୋସ୍ୱାମୀଙ୍କ ବିରୁଦ୍ଧରେ ଦେବଗଡ଼ ଥାନାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ଲିଖିତ ଏତଲା ଦାୟାର କରାଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଉମା ଶଙ୍କର ସାହୁ ଦଳୀୟ କର୍ମୀଙ୍କ ସହ ଦେବଗଡ଼ ଥାନାକୁ ଆସି ଶ୍ରୀ ଗୋସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଦାୟର କରିଛନ୍ତି। ଶ୍ରୀ ଗୋସ୍ୱାମୀ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ସହ ଦେଶରେ ହିନ୍ଦୁ, ମୁସଲିମ ଓ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ମଧ୍ୟରେ ସାଂପ୍ରଦାୟିକ ଭେଦଭାବ ସୃଷ୍ଟି କରିବା ଭଳି ମନ୍ତବ୍ୟ ଟିଭି ଚ୍ୟାଲେଲରେ ଦେଉଥିବାରୁ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି।