ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାରେ ବିଦ୍ୟତ ପରିଷଦର ଆଲୋଚନା ଚକ୍ର   

କେସିଙ୍ଗା,ଏନ୍ ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା ଶିଶୁ ବିଦ୍ୟା ମନ୍ଦିର କେସିଙ୍ଗାରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଅନୁସାରେ ବିଦ୍ୟତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଲୋଚକ ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସାନ ଚେର ଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜନ ପଣ୍ଡା, ବାଦୀପଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିକ୍ରମ ଦେବ ସାହୁ , ବିଶିଷ୍ଟ ଶିକ୍ଷାବିତ ରୁବି ଚୌଧୁରୀ, ରାମ ଅବତାର ଅଗ୍ରୱାଲ ଓ ଗୋପାଳ ଚନ୍ଦ୍ର ଜୈନ ବରିଷ୍ଠ ଗୁରୁଜୀ ଡୋଳାମଣୀ ବାଗ ଭାଗ ନେଇଥିବାବେଳେ ହିନ୍ଦୁ ଜୀବନ ଶୈଳୀରେ ବୈଜ୍ଞାନିକତା ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ପ୍ରବୀଣ କୁମାର ବେହେରା ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ସିମଞ୍ଚଳ ବୁଦ୍ଧିଆ ସଭାପତିତ୍ୱ କରିଥିଲେ । ଗୁରୁଜୀ ଶ୍ରୀ ସନ୍ତୋଷ କୁମାର ମିଶ୍ର ମଞ୍ଚ ପରିଚାଳନାରେ କେସିଙ୍ଗା ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ, ସମସ୍ତ ଗୁରୁଜୀ ଓ ଗୁରୁମା ଉପସ୍ଥିତ ଥିଲେ । ସମ୍ପାଦକ ଅଭୟ କୁମାର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ ।