ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ପ୍ରକ୍ରିୟା ଜାରି ରହିଥିବାବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ତାଙ୍କ ଭାଇ ବିଶାଳ ଦାସ ଓ ମା’ ମୀନତି ଦାସ ମତଦାନ ସାବ୍ୟସ୍ତ କରିଛନ୍ତି । ଝାରସୁଗୁଡ଼ା ମ୍ୟୁନିସିପାଲିଟି ୧ନଂ ୱାର୍ଡର ବୁଥ ନଂ ୩୪ରେ ଦୀପାଳି ଦାଶ ଏବଂ ତାଙ୍କ ଭାଇ ଓ ମା’ ୩୩ ନମ୍ବର ବୁଥରେ ଭୋଟ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏହା ଆମ ପରିବାର ପାଇଁ ବହୁତ ଇମୋସ୍ନାଲର ଦିନ ବୋଲି ଦୀପାଳି କହିଛନ୍ତି ।
