କଳାହାଣ୍ଡି,ଏନ୍ଏନ୍ଏସ୍: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ ରେଙ୍ଗାଳ ପାଳି ଗ୍ରାମର ସୂର୍ୟ୍ୟ ଚନ୍ଦ୍ର ବାଗ ଜଣେ ଠିକା ଶ୍ରମିକ ଭାବେ ଜଣେ ଠିକାଦାର ଙ୍କ ଠାରେ ୱେଲଡିଂ ମିସ୍ତ୍ରୀ କାମ କରୁଥିଲେ, ରେଙ୍ଗାଳ ପାଳି ଗ୍ରାମର ଜଣେ ଶ୍ରମିକ ଦଲାଲ ଉମାଶଙ୍କର ଦୀପ ଶ୍ରମିକଙ୍କୁ ନିୟୋଜିତ କରିଥିଲେ, ଜୁନାଗଡ଼ ବ୍ଲକ୍ ବୁଦିପଦର ଠାରେ ଆରଏମସିରେ ୱେଲଡିଂ କାମ କରୁଥିବାବେଳ ଦୁର୍ଘଟଣାରେ ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। â
ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ପରିବାର ଲୋକେ ମୃତ ଶ୍ରମିକଙ୍କ ଶବକୁ ନେଇ ଠିକାଦାରଙ୍କ ଘର ଆଗରେ ରଖି କ୍ଷତିପୂରଣ ଦାବି କରିଛନ୍ତି।
ଖବର ପାଇ ଜୟପାଟଣା ପୁଲିସ ଓ ତହସିଲଦାର ଆସି ପରିବାର ଵର୍ଗଙ୍କ ସହ ଆଲୋଚନା କରି ଠିକାଦାର ୪୦ହଜାର ଟଙ୍କା ଦେବା ସହ ସରକାରୀ ସ୍ତରରେ ଯାହା ସମ୍ଭବ କ୍ଷତିପୂରଣ ଦିଆଯିବ ଓ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ର୍ରୁତି ଦେବାପରେ ପରିବାର ଲୋକେ ଶବ ସଂସ୍କାର ପାଇଁ ନେଇଥିଲେ।