ମାଟ୍ରିକ ପରୀକ୍ଷା ଲାଗି ବୋର୍ଡ ପକ୍ଷରୁ ବିସ୍ତୃତ ସୂଚନା

କଟକ,ଏନ୍‌ଏନ୍‌ଏସ୍‌: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଏପ୍ରିଲ ୨୯ରୁ ଆରମ୍ଭ ହୋଇ ମେ’ ୭ରେ ସରିବ । ଏନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ବିସ୍ତୃତ ଭାବେ ସୂଚନା ପ୍ରଦାନ କରିଛି । ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ଦିନ ୧୦ଟାରେ ସରିବ । ପ୍ରତି ବିଷୟ ପାଇଁ ସମୟ ଅବଧି ୨ଘଣ୍ଟା ରହିଥିବାବେଳେ କେବଳ ଗଣିତ ପାଇଁ ୧୫ ମିନିଟ୍ ଅଧିକ ଦିଆଯିବ । ୮୦ ମାର୍କ ବିଶିଷ୍ଟ ପରୀକ୍ଷାରେ ୩୦ ସଂକ୍ଷିପ୍ତ ଓ ୫୦ ଦୀର୍ଘ ଉତ୍ତରମୂଳକ ରହିବ । ସଂକ୍ଷିପ୍ତ ଉତ୍ତରମୂଳକ ପାଇଁ ଛାତ୍ରଛାତ୍ରୀ ଓଏମଆର ସିଟରେ ପରୀକ୍ଷା ଦେବେ । ଦୀର୍ଘ ଉତ୍ତରମୂଳକର ଉତ୍ତର ବୁକଲେଟରେ ଦେବେ ବୋଲି ସୂଚନା ମିଳିଛି ।