ବିଶ୍ୱରେ କରୋନା ସ୍ଥିତି ଅସମ୍ଭାଳ, ଆମେରିକାରେ ୧ ଦିନରେ ମୃତ୍ୟୁ ସଂଖ୍ୟା ହଜାରେ

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱରେ କରୋନା ସ୍ଥିତି ସଂଙ୍ଗୀନ ହେବାରେ ଲାଗିଛି। ପ୍ରତି ଘଣ୍ଟାରେ ଆମେରିକା, ଇଟାଲୀ, ସ୍ପେନ ଓ ଇଂଲଣ୍ଡରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦୃତଗତିରେ ବଢ଼ିବାରେ ଲାଗିଛି। ଏ ନେଇ ଚିନ୍ତାରେ ଆମେରିକା। ଏଥିସହ ଆମେରିକାରେ ଗୋଟିଏ ଦିନରେ ହଜାରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି।

ସେହିପରି ୟୁରୋପରେ ମଧ୍ୟ କରୋନା ଅସମ୍ଭାଳ ହୋଇପଡ଼ି ଥିବା ବେଳେ ଇଂଲଣ୍ଡ ଓ ସ୍ପେନରେ ମୃତ୍ୟୁ ସଂଖ୍ୟା ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି। ଅପରପକ୍ଷରେ ଇଟାଲୀରେ କରୋନା ମୃତ୍ୟୁ ସଂଖ୍ୟା ୧୩ ହଜାରକୁ ଟପିଛି। ସ୍ପେନରେ ମୃତ୍ୟୁ ସଂଖ୍ୟା ରହିଛି ୯,୩୮୭, ଫ୍ରାନ୍ସରେ ୪,୦୩୨ ମୃତ। ସେହିପରି ବ୍ରିଟେନରେ ୨୯ହଜାର ସଂକ୍ରମିତ ରହିଥିବା ବେଳେ ୧,୭୮୯ରୁ ୨,୩୫୨କୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।