ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ସଦର ଥାନା ଅନ୍ତର୍ଗତ ଏକାମ୍ର ଛକ ନିକଟରେ ଜଣେ ଯୁବକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଏକାମ୍ର ଛକ ନିବାସୀ ଦ୍ୱାରୀ ଛତରଙ୍କ ୨୯ବର୍ଷର ପୁଅ ଈଶ୍ୱର ଛତର ରବିବାର ସକାଳ ୧୧ଟା ସମୟରେ ଚାଷ ଜମିରେ ଥିବା ଏକ ବରଗଛକୁ ଛଟଉଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।
