ରାସ୍ତା କଡ଼ରୁ ଯୁବକର ମୃତ ଦେହ ଉଦ୍ଧାର: ହତ୍ୟା ସନ୍ଦେହ!

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଥାନା ଅନ୍ତର୍ଗତ କୁରଡ଼ ଗ୍ରାମଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ କଡ଼ରେ ମଙ୍ଗଳବାର ସକାଳେ ଜଣେ ଯୁବକର ମୃତଦେହ ଉଦ୍ଦାର କରାଯାଇଛି। ତେବେ ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖି ଏହା ହତ୍ୟାକାଣ୍ଡ ବୋଲି କୁହାଯାଉଛି।

ସୂଚନା ଅନୁଯାୟୀ ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନ ଅନ୍ତର୍ଗତ ଡହମୁଣ୍ଡାସ ଗ୍ରାମର ନରବେଟ କୁଲୁ ଓ ତାଙ୍କ ସାନ ଭାଇ ଏଫଏମ କୁଲୁ ଦେବଗଡ଼ ଥାନା ଅନ୍ତର୍ଗତ ଗାଡ଼ପାଳ ଗ୍ରାମରେ ଥିବା ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗଦେଇ ନିଜ ଗ୍ରାମକୁ ରାତ୍ରି ପ୍ରାୟ ୮ଟା ସମୟରେ ବାଇକ ଯୋଗେ ଫେରୁଥିଲେ। ଏହି ସମୟରେ କୁରଡ଼ ଗ୍ରାମ ନିକଟରେ ନରବେଟ ଅସୁସ୍ଥ ହେବାରୁ ତାଙ୍କୁ ଭାଇ ଏଫଏମକୁଲୁ ରାସ୍ତା କଡ଼ରେ ଛାଡି କୁଚିଣ୍ଡା ଥାନା ଅନ୍ତର୍ଗତ ଭୋଜପୁର ଗ୍ରାମ ନିକଟରେ ଥିବା ତାଙ୍କ ଭଉଣୀ ଘରକୁ ଚାଲି ଯାଇ ରାତ୍ରୀ ଯାପନ କରିଥିଲେ।

ସକାଳୁ ଘଟଣାସ୍ଥଳକୁ ଆସି ମୃତଦେହ ନିକଟରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନାପାଇ ଦେବଗପ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ଋୁଜୁ କରି ଘଟଣା ତଦନ୍ତ ଆରମ୍ଭ କରିଛି।