ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ବନଖଣ୍ଡ ରିଆମାଳ ରେଞ୍ଜ ପଲସମାନ ସେକ୍ସନ ଅନ୍ତର୍ଗତ ବର୍ଡାନାଲି ଗ୍ରାମରେ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବର୍ଡାନାଳୀ ଗ୍ରାମର ବାବୁଲି ଗଡ଼ନାୟକ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଏକ ଛୋଟ ହାତୀର ମୃତଦେହ ପଡିଥିବା ଦେଖି ଶ୍ରୀ ଗଡ଼ନାୟକ ବନବିଭାଗକୁ ସୂଚନା ଦେଇଥିଲେ।
ସୂଚନାପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତେବେ କୌଣସି ଦନ୍ତା ସହ ସଘଂର୍ଷରେ ଛୋଟ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। କିନ୍ତୁ ପାରିପାଶ୍ୱିର୍କ ପରିସ୍ଥିତିକୁ ଦେଖି ସେଭଳି କିଛି ସଘଂର୍ଷ ଘଟିଥିବା ଭଳି ଜଣାପଡୁନାହିଁ। ସୂଚନାପାଇ ଦେବଗଡ଼ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡ଼ଙ୍ଗୀ ଘଟଣାସ୍ଥଳରେ ପହଞ୍ଚି ନିଜେ ଘଟଣା ଅନୁଧ୍ୟାନ କରୁଥିବା ବେଳେ ହାତୀର ମୃତ ଦେହ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପ୍ରକାଶ କରିଛନ୍ତି। ତେବେ ମୃତ ହାତୀର ବୟସ ୨ରୁ ୩ ବର୍ଷ ମଧ୍ୟରେ ଥିବା ବେଳେ ତାର ଗୋଟିଏ ଦାନ୍ତ ରହିଥିବା ଓ ଅନ୍ୟଟି ଭାଙ୍ଗିଯାଇଥିବା ଜଣାପଡ଼ିଛି।