କଟକ,ଏନ୍ଏନ୍ଏସ୍: କଟକ ମାଲଗୋଦାମ ଡାଲି ବ୍ୟବସାୟୀ ସେକ୍ ଫାରୁକ ହତ୍ୟା ମାମଲାରେ ୨ ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ଧଳସାମନ୍ତ ଓ ସୁଶିଲ ଧଳସାମନ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ଧଳସାମନ୍ତ ବ୍ରଦର୍ସଙ୍କ ସହଯୋଗୀ ଆରିଫ ଖାନ୍ ମଧ୍ୟ ଖଲାସ ହୋଇଛନ୍ତି । କଟକ ଜିଲ୍ଲା ଓ ଦୌରା ଜଜ୍ ଏହି ଫଇସଲା ଶୁଣାଇଛନ୍ତି । ମାମଲାର କେବଳ ଭରତ ସ୍ୱାଇଁ ନାମକ ଅଭିଯୁକ୍ତ ଫେରାର ଅଛି । କୋର୍ଟ ପୂର୍ବରୁ ଅନ୍ୟ ୪ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ ।