କୋଭିଡ-୧୯ ଟୀକାର ଟ୍ରାଏଲ, ପ୍ରଥମ ପର୍ଯ୍ୟାୟରେ ୨ଜଣ ସ୍ୱେଚ୍ଛାସେବୀଙ୍କୁ ଦିଆଗଲା ଭ୍ୟାକସିନ୍

ଇଂଲଣ୍ଡ,ଏଜେନ୍ସି: ଇଂଲଣ୍ଡରେ କୋଭିଡ-୧୯ ଟୀକା ଟ୍ରାଏଲ ଆରମ୍ଭ। ପ୍ରଥମ ପର୍ଯ୍ୟାୟରେ ୨ଜଣ ସ୍ୱେଚ୍ଛାସେବୀଙ୍କୁ ଏହି ଭ୍ୟାକସିନ୍ ଦିଆଯାଇଛି। ମୋଟ ୮୦୦ ଜଣ ସୁସ୍ଥ ଲୋକଙ୍କୁ ଟୀକା ଦିଆଯିବ। କିଛି ସପ୍ତାହ ଧରି ଏହି ଟ୍ରାଏଲ ଚାଲିବ। ଅକ୍ପଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଟୀକା ବିକଶିତ ହୋଇଛି। ୩ ମାସ ମଧ୍ୟରେ ଟୀକା ବିକଶିତ ହେବ। ପୂର୍ବରୁ ସିମ୍ପାଞ୍ଜି ଦେହରେ ଏହାର ଟ୍ରାଏଲ ସରିଛି। ଏବେ ମଣିଷ ଉପରେ ଏହାର ପ୍ରୟୋଗ କରଯାଇଛି।

ଟ୍ରାଏଲ ସଫଳ ହେଲେ ବହୁ ପରିମାଣର ଟୀକା ଉପଲବ୍‌ଧ କରାଇ ହେବ ବୋଲି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟରେ ସର୍ବାଧିକ ୭୦ ବର୍ଷ ବୟସର ଲୋକଙ୍କ ଠାରେ ଏହାର ପରୀକ୍ଷଣ କରାଯିବ। ସେହିପରି ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ୫ ହଜାର ସ୍ୱେଛାସେବୀଙ୍କ ଦେହରେ ଟ୍ରାଏଲ କରାଯିବ। ତେବେ ଫଳାଫଳ ମିଳିବାକୁ ଆସନ୍ତା ଅକ୍ଟୋବର, ନଭେମ୍ବର ହୋଇଯିବ ବୋଲି ଅକ୍ସଫୋର୍ଡ ଟୀକା ଟ୍ରାଏଲ୍‌ର ମୁଖପାତ୍ର କହିଛନ୍ତି।