କରୋନା ମୁକାବିଲା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ

ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଯମୁନାପଶି ପଞ୍ଚାୟତର ମହିଳା ମହାସଙ୍ଘ ପକ୍ଷରୁ କରୋନା ମହାମାରୀ ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧,୪୦୦ ଟଙ୍କା ପ୍ରଦାନ କରିଛନ୍ତି। ପାଟଣା ବିଡିଓ ଈଶ୍ୱର ଚନ୍ଦ୍ର ନାଏକଙ୍କ ଜରିଆରେ ଏହି ଟଙ୍କା ପ୍ରଦାନ କରାଯାଇଛି । ଏଥି ସହ ଜନସାଧାରଣଙ୍କୁ କରୋନାର ମୁକାବିଲା ପାଇଁ ସରକାରଙ୍କ ନୀତିନିୟମ ମାନି ଚଳିବା ଏବଂ ସାମାଜିକ ଦୂରତାକୁ ଧ୍ୟାନ ଦେବା ପାଇଁ ମହିଳା ମହାସଙ୍ଘର ସଦସ୍ୟାମାନେ ଅନୁରୋଧ କରିଛନ୍ତି। ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ ରାଜ୍ୟ କରୋନା ମହାମାରୀ ସହିତ ଲଢ଼େଇ କରୁଥିବାବେଳେ ମହିଳାମାନଙ୍କ ସହାୟତା ମନୋଭାବକୁ ପାଟଣା ବ୍ଲକ ଅଞ୍ଚଳରେ ବେଶ ପ୍ରସଂଶା କରିଛନ୍ତି ।