କଟକ/ଭୁବନେଶ୍ୱର,ଏନ୍ଏନ୍ଏସ୍: ଆସନ୍ତା ୨୨ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଭାରତ-ଇଣ୍ଡିଜ୍ ମଧ୍ୟରେ ତୃତୀୟ ଏକଦିବସୀୟ ଦିବାରାତ୍ର ମ୍ୟାଚ୍ ପାଇଁ ଆଜି ଠାରୁ (ଗୁରୁବାର) ଷ୍ଟାଡିୟମ୍ରେ ୧୨ଟି କାଉଣ୍ଟର ଖୋଲାଯାଇଛି। ଏହି ପରିପ୍ରେକ୍ଷୀରେ ୧୨ଟି କାଉଣ୍ଟରରେ ସକାଳ ୯ଟାରୁ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। ସେହିପରି ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ଟିକେଟ ଦିଆଯାଉଛି। ଏ ନେଇ ଜଣେ ଦର୍ଶକଙ୍କୁ ତାଙ୍କର ପରିଚୟ ପତ୍ର ଟିକେଟ କାଉଣ୍ଟରରେ ଦେଖାଇବାକୁ ପଡ଼ିବ। ସେହିପରି ୧୯ ଓ ୨୦ ଦୁଇ ଦିନ ଧରି
ଟିକେଟ ବିକ୍ରି କରାଯିବ।