ୱାଶିଂଟନ୍ : କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ୧୪ ହଜାର ୨୫୭କୁ ବୃଦ୍ଧି ପାଇଛି। ସାରା ବିଶ୍ୱରେ ପ୍ରାୟ ୧୮ ଲକ୍ଷ ୫୩ ହଜାର ଲୋକଙ୍କୁ କରୋନା ଆକ୍ରାନ୍ତ କରିଛି। ଅଦ୍ୟାବଧି ୪ ଲକ୍ଷ ୨୩ ହଜାର ୭୨୯ ରୋଗୀ ସୁସ୍ଥ ହୋଇ ଘରକୁ ଫେରି ଯାଇଛନ୍ତି। ତେବେ ସେମାନଙ୍କୁ ଏକାନ୍ତବାସ ଓ ଡାକ୍ତରଙ୍କ ପରାମର୍ଶ ମାନି ଚଳିବାକୁ କୁହାଯାଇଛି। ଆମେରିକାରେ ସର୍ବାଧିକ ୫ ଲକ୍ଷ ୬୦ ହଜାର ୪୩୩ ସଂକ୍ରମିତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ପ୍ରାଣ ହରାଇଛନ୍ତି ୨୨ ହଜାର ୧୧୫। ସ୍ପେନ୍ରେ ଲକ୍ଷେ ୬୬ ହଜାର ୮୩୧ ଆକ୍ରାନ୍ତଙ୍କ ମଧ୍ୟରୁ ମୃତ୍ୟୁବରଣ କରିଛନ୍ତି ୧୭ ହଜାର ୨୦୯।
ଇଟାଲୀରେ ଲକ୍ଷେ ୫୬ ହଜାର ୩୬୩ ଜଣଙ୍କୁ କରୋନା ଆକ୍ରାନ୍ତ କରିଥିଲା ବେଳେ ମରିଛନ୍ତି ୧୯ ହଜାର ୮୯୯। ଫ୍ରାନ୍ସରେ ଲକ୍ଷେ ୩୨ ହଜାର ୫୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ହଜାର ୩୯୩ ମୃତ୍ୟୁବରଣ କରିଛନ୍ତି। ଜର୍ମାନୀରେ ଲକ୍ଷେ ୨୭ ହଜାର ୮୫୪ ଆକ୍ରାନ୍ତଙ୍କ ମଧ୍ୟରୁ ମରିଛନ୍ତି ୩,୦୨୨। ବ୍ରିଟେନ୍ରେ ୮୪ ହଜାର ୦୫୨ ଆକ୍ରାନ୍ତଙ୍କ ମଧ୍ୟରୁ ପ୍ରାଣ ହରାଇଛନ୍ତି ୧୦ ହଜାର ୬୧୨। ଚୀନରେ ୮୨,୦୫୨ ଆକ୍ରାନ୍ତଙ୍କ ମଧ୍ୟରୁ ୩,୩୩୯ ମୃତ୍ୟୁବରଣ କରିଛନ୍ତି। ଇରାନ୍ରେ ୭୧ ହଜାର ୬୮୬ ଆକ୍ରାନ୍ତଙ୍କ ଭିତରୁ ୪,୪୪୭ ମରିଛନ୍ତି। ତୁର୍କୀରେ ୫୬ ହଜାର ୯୫୬ ସଂକ୍ରମିତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା ୧,୧୯୮। ବେଲଜିୟମ୍ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯,୬୪୭ ଥିଲାବେଳେ ୩,୬୦୦ ମୃତ୍ୟୁବରଣ କରିଛନ୍ତି।