ନୂଆଦିଲ୍ଲୀ,ଏଜେନ୍ସି: କରୋନା ସଙ୍କଟରେ ସାରା ବିଶ୍ୱ ହନ୍ତସନ୍ତ ହେଉଥିବା ବେଳେ ବତ୍ତର୍ମନା ଏହା ଜଳମାର୍ଗରେ ମଧ୍ୟ ବ୍ୟାପିଥିବା ଦେଖାଯାଇଛି। ଭାରତୀୟ ନୌସେନାର ୧୫ଜଣ ନାବିକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ତେବେ ଆକ୍ରାନ୍ତ ମାନେ ଆଇଏନଏସ୍ ଆଙ୍ଗ୍ରେ ବେସର ନାବିକ। ଏହାପରେ ସେମାନଙ୍କୁ ନାଭାଲ ହସ୍ପିଟାଲରେ ରଖାଯାଇଛି। ଅନ୍ୟପଟେ କରୋନାରେ ଆକ୍ରାନ୍ତ ହୋଇଥିବା ନାବିକମାନଙ୍କ ପରିବାର ଲୋକଙ୍କୁ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି। ଏଥିସହ କଂଣ୍ଟାକ୍ଟ ଟ୍ରେସିଂ ଜାରି ରହିଛି।
ତେବେ ଉକ୍ତ ନାବିକ ମାନେ ଲକଡାଉନ ସମୟରେ ଅତ୍ୟବଶ୍ୟକୀୟ ସାମଗ୍ରୀ ପାଇଁ ମୁମ୍ବାଇ ଯାଇଥିଲେ। ୱେଷ୍ଟର୍ଣ୍ଣ କମାଣ୍ଡରଙ୍କ ନେତୃତ୍ୱରେ ଆସୁଥିବା ଏହି ଆଇଏନଏସ୍ ଆଙ୍ଗ୍ରେ ଭାରତୀୟ ନୌସେନାକୁ ଲଜିଷ୍ଟିକ ସହାୟତା କରିଥାଏ।
ସେହିପରି କିଛିଦିନ ପୂର୍ବରୁ ଆମେରିକାର ଏକ ଜାହାଜରେ ୬୬୦ଜଣ କ୍ରୁ-ମେମ୍ବର କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।