ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ୫୧ ଜଣ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ଓ ୯୦୫ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତେଣୁ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ଟପି ଯାଇଛି। ଅର୍ଥାତ୍ ସୋମବାର ସୁଦ୍ଧା ୯୩୫୨ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ୩୨୪ରେ ପହଂଚିଛି। ୯୮୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାରୁ ଏବେ ବିଭିନ୍ନ ଡାକ୍ତରଖାନାରେ ୮୦୪୮ ଜଣ ଚିକିତ୍ସିତ ହେଉଛନ୍ତି। ଆଇସିଏମ୍ଆରର ରମଣ ଆର ଗଙ୍ଗାଖେଡ଼କର କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୬ ହଜାର ୨୧୨ ନମୁନା ପରୀକ୍ଷା କରାଯାଇଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଆଜି ୨ ହଜାରରେ ପହଂଚିଛି । କେବଳ ମୁମ୍ବାଇରୁ ଏକ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି। ମହାରାଷ୍ଟ୍ରରେ ୧୪୯ ଜଣଙ୍କର ମୃତ୍ୟୁ ଘଟିଲାଣି। ମଧ୍ୟ ପ୍ରଦେଶରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ୧୧୦୦ ଓ ତାମିଲନାଡ଼ୁରେ ୧୧୭୬ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଦିଲ୍ଲୀରେ ଏବେ ସୁଦ୍ଧା ୨୪ ଜଣ ପ୍ରାଣ ହରାଇଛନ୍ତି।ଞ