କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ଫାଣ୍ଠିକୁ ଦାନ

ଝରିଗାଁ,ଏନ୍ଏନ୍ଏସ୍ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ବିଭିନ୍ନ ସଂଗଠନ ଏବଂ ବଦାନ୍ୟ ବ୍ୟକ୍ତି ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନକରି ସରକାରଙ୍କ ସହ କରୋନା ମହାମାରୀର ମୁକାବିଲା ପାଇଁ ଲଢ଼େଇରେ ସହଯୋଗର ହାତ ବଢ଼ାଇଛନ୍ତି। ଉକ୍ତ ପରିପ୍ରେକ୍ଷୀରେ ଝରିଗାଁର ବିଶିଷ୍ଟ ବ୍ୟବସାୟୀ ବଲବୀର ଶର୍ମା ୩୧ହଜାର ଟଙ୍କା ଚେକ୍ ମାଧ୍ୟମରେ ବିଡ଼ିଓଙ୍କୁ ପ୍ରଦାନ କରିଥିଲେ। ସେହିପରି ବିଜୁ ଯୁବଜନତା ଦଳର ବ୍ଲକ ସଭାପତି ଦୁର୍ଗାପ୍ରସାଦ ମାଝୀ,ପ୍ରଦୀପ ଗାଉଁଟିଆ, ପିଙ୍କୁ କାହାଳିଆ ପ୍ରମୁଖ ଉପସ୍ଥିତ ରହି ୨୨ହଜାର ଟଙ୍କା, ଭିକ୍ଷା ପଞ୍ଚାୟତ ସରପଞ୍ଚ ରାକ୍ଷୀରାମ ବଞ୍ଜାରା ୧୦ହଜାର ଟଙ୍କା, ଧୁମାମ, ଢ଼େପଗୁଡ଼ା କୁରୁଲୁଭଟା ଓ ଗଲିଆପାଣିର ଗ୍ରାମବାସୀ ୨୭୩୦୦ଟଙ୍କା, ଡ଼ଙ୍ଗାରୀଗୁଡ଼ା ପଞ୍ଚାୟତର ସ୍ୱେଚ୍ଛାସେବୀ ନକୁଳ ପନକା ୧୦୧୦୦ଟଙ୍କା ଏବଂ ଶ୍ୟାମସୁନ୍ଦର ନାୟକ ୫ହଜାର ଟଙ୍କା ଓ କୁଟ୍ରିଚ୍ଛାପର ସରପଞ୍ଚ ବଳନାଥ ସାନ୍ତା ୧୦ହଜାର ଟଙ୍କା ମହାମାରୀ କରୋନାର ମୁକାବିଲା ପାଇଁ ସ୍ଥାନୀୟ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କ ଦ୍ୱାରା ପ୍ରେରଣ କରିଥିଲେ। ବିଡିିଓ ଶ୍ରୀ ଧାରୁଆ ସହାୟତା ରାଶି ଗ୍ରହଣ କରିବା ସହ ଏହି ସହଯୋଗର ପ୍ରଥା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ ହେବ କହିଥିଲେ।