ନୂଆଦିଲ୍ଲୀ,ଏଜେନ୍ସି: ତୈଳ ବିପଣନ କମ୍ପାନୀଗୁଡ଼ିକ ତରଫରୁ କ୍ରମାଗତ ତିନିଦିନ ଧରି ପେଟ୍ରୋଲ୍ ମୂଲ୍ୟରେ ବୃଦ୍ଧି ଉଲ୍ଲେଖ କରାଯାଇଛି। ଦିଲ୍ଲୀରେ ରବିବାର ଉଭୟ ପେଟ୍ରୋଲ୍ ଏବଂ ଡିଜେଲ୍ର ନୂତନ ମୂଲ୍ୟ ଜାରି କରାଯାଇଥିବାବେଳେ ପେଟ୍ରୋଲ୍ ମୂଲ୍ୟରେ ଲିଟର ପ୍ରତି ୧୦ ପଇସା ଲେଖାଏଁ ବୃଦ୍ଧି କରାଯାଇଛି। ମାତ୍ର ଡିଜେଲ୍ ମୂଲ୍ୟରେ ଲିଟର ପ୍ରତି ୬ ପଇସା ଲେଖାଏଁ ହ୍ରାସ କରାଯାଇଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ଲିମିଟେଡ୍ (ଆଇଓସିଏଲ୍) ପକ୍ଷରୁ ସୂଚିତ କରାଯାଇଛି।
ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୭୪.୫୪ ଟଙ୍କାରେ ଉପଲବ୍ଧ ହେଉଥିବାବେଳେ ଡିଜେଲ୍ ଲିଟର ପ୍ରତି ୬୫.୭୩ ଟଙ୍କାରେ ବିକ୍ରି ହେଉଛି। ଆଇଓସିଏଲ୍ର ୱେବ୍ସାଇଟ୍ ମୁତାବକ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଚେନ୍ନାଇ ଆଦି ଚାରିଟି ପ୍ରମୁଖ ମହାନଗରରେ ପେଟ୍ରୋଲ୍ ମୂଲ୍ୟ ଯଥାକ୍ରମେ ୭୪.୫୪ ଟଙ୍କା, ୭୭.୨୨ ଟଙ୍କା, ୮୦.୨୦ ଟଙ୍କା ଏବଂ ୭୭.୪୮ ଟଙ୍କାକୁ ବୃଦ୍ଧଇ ପାଇଛି। ସେହିପରି ଡିଜେଲ୍ ମୂଲ୍ୟ ଲିଟର ପିଛା ଯଥାକ୍ରମେ ୬୫.୭୩ ଟଙ୍କା, ୬୮.୧୪ ଟଙ୍କା, ୬୮.୯୫ ଟଙ୍କା ଏବଂ ୬୯.୪୮ ଟଙ୍କାରେ ଉପଲବ୍ଧ ହେଉଛି।