ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଉଥିବାବେଳେ ଛାତ୍ର କଂଗ୍ରେସ ନେତାମାନଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ଛାତ୍ର କଂଗ୍ରେସ ନେତାମାନେ ନାରୀ ନିର୍ଯାତନା ଓ ଗଣଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେତ୍ସା ଜଣାଇବା ପାଇଁ ଯାଉଥିବା ବେଳେ ପୁଲିସ ତାଙ୍କୁ ଗିରଫ କରିଛି। ରାଜ୍ୟ ଛାତ୍ର କଂଗ୍ରେସର ସଂଯୋଜକ ଆଦିତ୍ୟ ପ୍ରିତମ ଦାସଙ୍କ ନେତୃତ୍ୱରେ ଏକ ୫ଜଣିଆ ପ୍ରତିନିଧି ମଣ୍ଡଳୀ ରାଜ୍ୟରେ ନାରୀ ନିର୍ଯାତନା ଓ ଗଣଦୁଷ୍କର୍ମ ହୁ ହୁ ହୋଇ ବଢ଼ି  ଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଇଲେ।

ତେବେ ନାରୀ, ଛାତ୍ରୀ ଓ ନାବାଳିକାମାନଙ୍କୁ ମୁଖ୍ୟମନ୍ତ୍ରୀ ଅତି ସୁନ୍ଦର ସୁବ୍ୟବସ୍ଥିତ  ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେଇଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଉଥିଲେ। ଏହି ସମୟରେ ପୁଲିସ ଛାତ୍ରନେତାମାନଙ୍କୁ  ଲୋୟର ପିଏମଜିସ୍ଥ ମହାତ୍ମା ଗାନ୍ଧୀ ମାର୍ଗ ଠାରେ ଗିରଫ କରିଥିଲା।

ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିରବତା ଅତ୍ୟନ୍ତ ର୍ଦୁଃଭାଗ୍ୟଜନକ  ବୋଲି ରାଜ୍ୟ ଛାତ୍ର କଂଗ୍ରେସ ସଂଯୋଜକ ଆଦିତ୍ୟ ପ୍ରିତମ ଦାସ ଦୃଢ଼ ଆରୋପ କରିଛନ୍ତି। ପରେ ପୁଲିସ ପ୍ରମୁଖ ଛାତ୍ର ନେତାମାନଙ୍କୁ ଛାଡ଼ିଦେଇଥିବା ଜଣାପଡ଼ିଛି।