ମାଲକାନଗିରି,ଏନ୍ଏନ୍ଏସ୍: ପୂର୍ବରୁ ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ଅଣାଯାଇଥିବା ବେଳେ ସୋମବାର ପୁଣି ତାଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି। ଏ ନେଇ କଂଗ୍ରେସ ପକ୍ଷରୁ ଏକ ବିଶାଳ ରାଲି ଆୟୋଜନ କରାଯିବା ସହ ମାଲକାନଗିରି ଆଦର୍ଶ ଥାନକୁ ଘେରାଉ କରାଯାଇଛି। ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ଆତ୍ମହତ୍ୟା ପାଇଁ ନିଜେ ମନୀଷ ଅଗ୍ରୱାଲ ଦାୟୀ ବୋଲି ଅଭିଯୋଗ କରି ପୂର୍ବତନ ସାଂସଦ ତଥା ରାଜ୍ୟ କାର୍ୟ୍ୟକାରୀ ସଭାପତି ପ୍ରଦୀପ ମାଝୀ ଏତଲା ଦେଇଛନ୍ତି।
