ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରମଶଃ ଶୀତ ପରିମାଣ ବୃଦ୍ଧି ପାଉଥିବା ବେଳେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ତାପମାତ୍ରା ୧ ରୁ ୨ ଡ଼ିଗ୍ରୀ ହ୍ରାସ ପାଇଥିବାବେଳେ ଆଗକୁ ଆହୁରି କମିବା ଯୋଗୁ ଅଧିକ ଶୀତ ଅନୁଭୂତ ହେବ। ସେହିପରି କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୦ ଡ଼ିଗ୍ରୀ କମିଛି। ଫୁଲବାଣୀରେ ୯, ଦାରିଙ୍ଗିବାଡ଼ିରେ ୮.୫, କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୦ ଡ଼ିଗ୍ରୀକୁ କମିଛି।
ଏହାସହ ଉତ୍ତରା ପବନ ଓ ଶୀତର ଲହରୀ ଜାରି ରହିବ ବୋଲି ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗିବାଡ଼ିରେ ବର୍ତ୍ତମାନ ଶୀତର ପ୍ରକୋପ ଖୁବ ଅଧିକ ରହିଥିବାରୁ ଘରୁ ବାହାରିବା କଷ୍ଟକର ହେବା ସହ କୁହୁଡ଼ି କାରଣରୁ ଯାତାୟତ ବାଧାପ୍ରାପ୍ତ ହେଉଛି। ସେଭଳି ଫୁଲବାଣୀରେ ଶୀତର ପ୍ରଭାବରେ ସକାଳେ ମଧ୍ୟ ଲୋକେ ନିଆଁ ଜାଳି ଏହାର ଚାରିପାଖରେ ବସୁଥିବା ଦେଖିବାକୁ ମିଳିଛି।