କେନ୍ଦୁଝର,ଏନ୍ଏନ୍ଏସ୍: କେନ୍ଦୁଝରର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍କୋର୍ଟରେ ଗୁରୁବାର ଜଣକୁ ଫାଶୀ ଦଣ୍ଡାରେ ଦଣ୍ଡିତ କରାଯାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ସସାଙ୍ଗ ଠାରେ ଗତ ୨୦୧୭ମସିହାରେ ଘଟିଯାଇଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ସୁନୀଲ କୁମାର ନାୟକକୁ ଗୁରୁବାର କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ପକ୍ଷରୁ ଫାଶୀ ଦଣ୍ଡର ଶୁଣାଣି ହୋଇଛି।
ସୂଚନା ଅନୁସାରେ ଗତ ୧୩ ଜାନୁଆରୀ, ୨୦୧୭ରେ ସସାଙ୍ଗ ଗ୍ରାମରେ ଜଣେ ୩ବର୍ଷର ନାବାଳିକା ଘରେ ଏକୁଟିଆ ଥିବା ବେଳେ ଏହାର ସୁଯୋଗ ନେଇ ଉକ୍ତ ନାବାଳିକାକୁ ଘରକୁ ଡାକି ତା ସହ ଦୁଷ୍କର୍ମ କରିବା ପରେ ତା’କୁ ହତ୍ୟା କରିଥିଲା। ଏହି ଘଟଣାର ପରଦିନ ନାବାଳିକାର ମୃତ ଦେହ ସ୍ଥାନୀୟ ଏକ ବିଦ୍ୟାଳୟ ପରିସରରୁ ଉଦ୍ଧାର କରାଯାଇଥିଲା। ତେବେ ଏହି ମାମଲାରେ ୨୮ଜଣଙ୍କ ସାକ୍ଷୀକୁ ନଜରରେ ରଖି ଆଜି କୋର୍ଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।