ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ)ର ବହୁ ପ୍ରତିକ୍ଷୀତ ଚନ୍ଦ୍ର ମିଶନ ‘ଚନ୍ଦ୍ରାୟନ ୩’ ଲଞ୍ଚ ହେବାର ଆନୁମାନିକ ତାରିଖ ଘୋଷଣା କରାଯାଇଛି । ‘ଚନ୍ଦ୍ରାୟନ ୩’ ଜୁଲାଇ ୧୩ ଦ୍ୱିପ୍ରହର ୨ଟା ୩୦ରେ ଲଞ୍ଚ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।
ଅନ୍ୟପଟେ ଇସ୍ରୋ ମୁଖ୍ୟ ଏସ୍ ସୋମନାଥ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ‘ଚନ୍ଦ୍ରାୟନ ୩’ ଅନ୍ତରୀକ୍ଷ ଯାନ ସମ୍ପୂର୍ଣ୍ଣ ରୂପେ ଇଣ୍ଟିଗ୍ରେଟେଡ ଅଛି । ଆମେ ପରୀକ୍ଷଣ ପୁରା କରିନେଇଛୁ । ଜୁଲାଇ ୧୨ରୁ ୧୯ ମଧ୍ୟରେ ‘ଚନ୍ଦ୍ରାୟନ ୩’ର ଲଞ୍ଚ ହୋଇଯିବ । କିନ୍ତୁ ସବୁଠୁ ପାଖାପାଖି ତାରିଖ ସ୍ଥିର କରାଯିବ । ଯଦି କୌଣସି ଯାନ୍ତ୍ରିକ ତ୍ରୁଟି ନରୁହେ ତେବେ ୧୨, ୧୩ କିମ୍ବା ୧୪ରେ ଲଞ୍ଚ କରାଯିବ । ସମସ୍ତ ପରୀକ୍ଷଣ ସରିବା ପରେ ଆମେ ଆପଣଙ୍କୁ ତାରିଖ ଜଣାଇଦେବୁ ।