ରଥଯାତ୍ରା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ପୁରୀ,ଏନ୍ଏନ୍ଏସ୍: ରଥଯାତ୍ରା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ରଥଯାତ୍ରା ହେବା ନେଇ ବିଭିନ୍ନ ମହଲରେ ଆଶଙ୍କା ପ୍ରକାଶ ପାଇଥିବାରୁ ମୁଖ୍ୟମନ୍ତ୍ରୀ ଏଥିରେ ନିଷ୍ପତ୍ତି ନିଅନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ଜୁନ ୨୩ରେ ହେଉଛି ରଥଯାତ୍ରା। ରଥଯାତ୍ରା ନେଇ ଶ୍ରୀମନ୍ଦିର ପ୍ରଶାସନ ପୁରୀ ଶଙ୍କରାଚାର୍ୟ୍ୟ ଓ ଗଜପତିଙ୍କ ପରାମର୍ଶ ନିଆଯାଉ।

ଏହାସହ ମୁକ୍ତିମଣ୍ଡପ ପଣ୍ଡିତ, ଦଇତାପତି ଓ ସେବାୟତଙ୍କ ପରାମର୍ଶ ନିଆଯାଉ ବୋଲି ସେ ଚିଠି ଲେଖିଛନ୍ତି। ରଥଯାତ୍ରା ସମୟରେ ଅଳ୍ପ ସଂଖ୍ୟକ ଭକ୍ତ ଓ ସେବାୟତଙ୍କୁ ସାମିଲ କରାଯାଉ। ସାମାଜିକ ଦୂରତ୍ୱ ବଜାୟ ରଖି ରଥଯାତ୍ରା କରାଯାଉ। ଶହଶହ ବର୍ଷର ପରମ୍ପରା ଭଙ୍ଗାନଯାଉ ବୋଲି ସେ କହିଛନ୍ତି।