ପୁଣି ସୁରତରୁ ଫେରୁଥିବା ବସ୍ କଳିଙ୍ଗାଘାଟିରେ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ବସ୍ ପୁଣିଥରେ କନ୍ଧମାଳ ଜିଲ୍ଲାର କଳାଙ୍ଗାଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁରଟରୁ ଗଞ୍ଜାମ ଅଭିମୁଖେ ଆସୁଥିବା ଅମ୍ବିକା ନାମକ ବସଟି ଭାରସାମ୍ୟ ହରାଇ ଗାର୍ଡୱାଲରେ ପିଟି ହୋଇଥିବା ସୂଚନା ମିଳିଛି। ଡ୍ରାଇଭରଙ୍କ ସମେତ ୩ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସରେ ଥିବା ୫୮ ଯାତ୍ରୀଙ୍କୁ ଅନ୍ୟ ଏକ ବସରେ ସରୋଡ଼ା ପଠାଇ ଦିଆଯାଇଛି।
ପ୍ରକାଶଯୋଗ୍ୟ ଯେ, ଗତକାଲି ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଗଞ୍ଜାମ ଫେରୁଥିବା ବସ୍ କଳିଙ୍ଗାଘାଟିରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଏଥି ସହିତ ଦୁଇ ଦିନରେ ସୁରଟରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଫେରୁଥିବା ୩ଟି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇସାରିଲାଣି।