ବଲିଉଡ୍ ଅଭିନେତା ଋଷି କପୁରଙ୍କ ୬୭ ବର୍ଷ ବୟସରେ ପରଲୋକ

ମୁମ୍ବାଇ,ଏଜେନ୍ସି: ବଲିଉଡ୍ ଅଭିନେତା ଋଷି କପୁରଙ୍କ ଆଜି ୬୭ ବର୍ଷ ବୟସରେ ପରଲୋକ ହୋଇଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲ ତାଙ୍କର ମୃତ୍ୟୁ ହୋଇଛି।

ସୂଚନା ମୁତାବକ ଗତକାଲି ରାତିରେ ହଠାତ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା। ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ମୁମ୍ବାଇର ଏନଏଚ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ୨୦୧୮ ମସିହାରେ ସେ କ୍ୟାନସରରେ ପୀଡିତ ହୋଇ ପାଖାପାଖି ଏକ ବର୍ଷ ପର୍ୟ୍ୟନ୍ତ ଆମେରିକାରେ ଚିକିତ୍ସିତ ହେବାପରେ ଗତ ବର୍ଷ ସେପ୍ଟେମ୍ବରରେ ଅଭିନେତା ଋଷି କପୁର ଭାରତ ଫେରିଥିଲେ। ଘରକୁ ଫେରିବା ପରେ ସେ ଟ୍ୱିଟ କରି କହିଥିଲେ, “ବ୍ୟାକ ହୋମ, ୧୧ ମାସ ୧୧ ଦିନ! ଆପଣ ସମସ୍ତଙ୍କୁ ଧନ୍ୟବାଦ!” ବୋଲି କହିଥିଲେ।

ଏହି ପରିପ୍ରେକ୍ଷୀରେ ଅମିତାଭ ବଚନ ଶୋକ ପ୍ରକାଶ କରିବା ସହ ସେ ଭାଙ୍ଗି ପଡ଼ିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି। ତେବେ ଗତକାଲି ବଲିଉଡର ବିଶିଷ୍ଟ କଳାକାର ଇରଫାନ ଖାନଙ୍କ ପରଲୋକ ହୋଇଥିବା ବେଳେ ଆଜି ଆଉ ଜଣେ ବିଖ୍ୟାତ କଳାକାରଙ୍କୁ ହରାଇ ହିନ୍ଦୀ ଫିଲ୍ମ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି।

ଋଷି କପୁରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ଗଭୀର ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି । ଭାରତୀୟ ସିନେମା ଜଣେ ମହାନ ଅଭିନେତାଙ୍କୁ ହରାଇଲା ବୋଲି ନବୀନ କହିଛନ୍ତି । ଋଷି କପୁରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ଡ.ଅଚ୍ୟୁତ ସାମନ୍ତ। ସିନେମା ଜଗତର ଏକ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।