ଯୁବତୀଙ୍କୁ ପଥରରେ ଛେଚି ହତ୍ୟା

ଖଲ୍ଲିକୋଟ,ଏନ୍ଏନ୍ଏସ୍: ଥାନାରେ ନିକଟରେ ବିଭତ୍ସ ହତ୍ୟାକାଣ୍ଡ। ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର। ଯୁବତୀଙ୍କ କେହି ଜଣେ ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏଭଳି ଏକ ଘଟଣା ଘଟିଛି ଖଲ୍ଲିକୋଟ ଥାନା ବଡଘାଟି ରାସ୍ତା କଡରେ।

ଥାନା ନିକଟ ବଡଘାଟି ରାସ୍ତା କଡରୁ ଜଣେ ଅଜଣା ଯୁବତୀଙ୍କ ମୃତଦେହ ମିଳିଛି। ତାଙ୍କୁ କେହି ପଥରରେ ଛେଚି ହତ୍ୟା କରିଥିବା କୁହାଯାଉଛି। ଖବରପାଇ ଘଟଣାସ୍ଥଳରେ ଅତିରିକ୍ତ ଏସପି, ଛତ୍ରପୁର ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ଯୁବତୀଙ୍କ ସହ ଦୁଷ୍କର୍ମ ଉଦ୍ୟମ କରିବା ପରେ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରାଯାଉଥିବା ଅନୁମାନ କରାଯାଉଛି। ମୃତ ଯୁବତୀଙ୍କ ବୟସ ୩୦ରୁ ୩୫ ବର୍ଷ ହେବ।

ହେଲେ ଥାନାଠୁ ମାତ୍ର କେଇ ମିଟର ଦୂରରେ ଏଭଳି ବିବତ୍ସ ହତ୍ୟା କାଣ୍ଡ ହୋଇଥିବା ବେଳେ କେଉଁ କାରଣରୁ ମହିଳାଙ୍କୁ ହତ୍ୟା ହୋଇଛି ତାହା ସ୍ପଷ୍ଟ ହୋଇପାରିନି।