ଭାରତ ଓ ବାଂଲାଦେଶ ମଧ୍ୟରେ ଟି- ୨୦ ସିରିଜ୍ ଆରମ୍ଭ ହୋଇଥିବାବେଳେ ଏଥିରେ ରୋହିତ ଶର୍ମା ଦଳର ଅଧିନାୟକ ରହିଛନ୍ତି। ଏହି ଖେଳରେ ବିରାଟ କୋହଲି ବିଶ୍ରାମ ନେଇଥିବାବେଳେ ସେ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ପଡୋଶୀ ଦେଶ ଭୂଟାନ ଗସ୍ତରେ ଯାଇଛନ୍ତି।
ବିରାଟଙ୍କ ଜନ୍ମଦିନ ନଭେମ୍ବର ୫ରେ ଥିବାରୁ ଏହାକୁ ସ୍ୱତନ୍ତ୍ର କରିବା ପାଇଁ ସେ ଭୂଟାନ ଯାଇଥିବା ଜଣାପଡିଛି। ସେଠାରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି। ସେଠାରେ ଉଭୟ ସ୍ଥାନୀୟ ଲୋକଙ୍କ ସହ ମିଶି ଫଟୋ ଉଠାଇଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।