ବ୍ରହ୍ମପୁର,ଏନ୍ଏନ୍ଏସ୍: ପ୍ରଶାସନ ଜନସାଧାରଣଙ୍କ ନିକଟବର୍ତ୍ତୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି। ଏହାକୁ ବାସ୍ତବ ରୂପ ଦେବା ପାଇଁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପଦକ୍ଷେପ ନିଆଯାଇଛି। ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା ଆଦି ନେବା ପାଇଁ ଅନେକ ହିତାଧିକାରୀ ବିଭିନ୍ନ କାରଣ ଯୋଗୁଁ ବିଇଏମସିକୁ ଆସିପାରୁନାହାନ୍ତି। ତେଣୁ ସେମାନଙ୍କ ନିକଟକୁ ଯାଇ ଭତ୍ତା ବଣ୍ଟନ କରିବା ପାଇଁ କମିସନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାର କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ସାମାଜିକ ଗୋଷ୍ଠୀ ସଂଗଠିକାମାନେ ତତ୍ପର ହେବା ପାଇଁ ନିର୍ଦ୍ଦେଶ ରହିଛି। ଆଜି ଠାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଦିନକୁ ୪ ୱାର୍ଡ ଅନ୍ତର୍ଗତ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଆଗାମୀ ଡିସେମ୍ବର ୬ ତାରିଖ ଯାଏଁ ଚାଲିବ ବୋଲି କମିସନରଙ୍କ କାର୍ଯ୍ୟାଳୟ ତରଫରୁ ଦିଆଯାଇଥିବା ନିର୍ଦ୍ଦେଶରେ ଉଲ୍ଲେଖ କରାଯାଇଛି। ବିିଏମସିର କର୍ମଚାରୀ ମାନେ ନିଜେ ସମସ୍ତ ହିତାଧିକାରୀଙ୍କ ନିକଟରେ ପହଞ୍ଚି ଭତ୍ତା ପ୍ରଦାନ କରିବେ। ଏହି ପରିପ୍ରେକ୍ଷୀରେ ୱାର୍ଡ ଅନୁଯାୟୀ ତାରିଖ ଧାର୍ଯ୍ୟ ହୋଇଛି।
୨୬ ଓ ୨୭ ତାରିଖରେ ୱାର୍ଡ ନଂ ୧,୨,୫ ୬ରେ ବଣ୍ଟନ କରାଯିବ। ସେହିଭଳି ୱାର୍ଡ ନଂ ୩, ୪, ୮, ୯ ପାଇଁ ୨୭ ଏବଂ ୨୯ ତାରିଖ ଧାର୍ଯ୍ୟ ହୋଇଛି। ୱାର୍ଡ ନଂ ୭,୧୦୧୫,୧୬ ପାଇଁ ଚଳିତ ମାସ ୨୯ ଓ ୩୦ ତାରିଖ ଧାର୍ଯ୍ୟ ହୋଇଛି। ୱାର୍ଡ ନଂ ୧୧ଠାରୁ ୧୪ ପର୍ଯ୍ୟନ୍ତ ସମସ୍ତ ହିତାଧିକାରୀଙ୍କୁ ଚଳିତ ମାସ ୩୦ ତାରିଖ ଓ ଡିସେମ୍ବର ମାସ ୧ ତାରିଖ ଧାର୍ଯ୍ୟ ହୋଇଛି। ୱାର୍ଡ ନଂ ୧୭ ଠାରୁ ୨୦ ପର୍ଯ୍ୟନ୍ତ ହିତାଧିକାରୀଙ୍କୁ ଡିସେମ୍ବର ମାସ ୧ଓ ୨ ତାରିଖ ଧାର୍ଯ୍ୟ ହୋଇଛି। ୱାର୍ଡ ନଂ୨୧ ଠାରୁ ୨୩ ଏବଂ୨୯ ନଂ ୱାର୍ଡ ପାଇଁ ଡିସେମ୍ବର ୨ଓ୩ ତାରିଖ ଧାର୍ଯ୍ୟ ହୋଇଛି। ୱାର୍ଡ ନଂ ୨୪,୨୫,୨୬ ଓ ୨୮ପାଇଁ ଡିସେମ୍ବର ୩ ଓ ୪ ତାରିଖ ଧାର୍ଯ୍ୟ ହୋଇଛି। ୱାର୍ଡ ନଂ ୩୦ଠାରୁ ୩୩ ର ହିତାଧିକାରୀଙ୍କୁ ଡିସେମ୍ବର ୪ ଓ ୫ ତାରିଖ ଧାର୍ଯ୍ୟ ହୋଇଛି। ୱାର୍ଡ ନଂ ୨୭,୩୫, ୩୬ ଓ ୩୭ ଅନ୍ତର୍ଗତ ହିତାଧିକାରୀଙ୍କୁ ଡିସେମ୍ବର ୫ଓ୬ ତାରିଖ ଧାର୍ଯ୍ୟ ହୋଇଛି। ୱାର୍ଡ ନଂ ୩୪,୩୮,୩୯,୪୦ ପାଇଁ ଡିସେମ୍ବର ୬ ଓ ୭ ତାରିଖ ଧାର୍ଯ୍ୟ ହୋଇଛି।