‘ମୁକ୍ତା’ ଯୋଜନାରେ ଅନୁଦାନ ଅନୁମୋଦନ, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା

ଛତ୍ରପୁର,ଏନ୍‌ଏନ୍‌ଏସ୍‌: “ମୁକ୍ତା’ ଯୋଜନାରେ ଛତ୍ରପୁର ସହରାଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୩୬ଟି ପ୍ରକଳ୍ପ ବାବଦକୁ ୧ କୋଟି ୫୪ ଲକ୍ଷ ୮ ହଜାର ଟଙ୍କା ଅନୁମୋଦନ ମିଳିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଛତ୍ରପୁର ଏନ୍‌ଏସି ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ସୁଭାଷ ଚନ୍ଦ୍ର ବେହେରା ଯୋଗଦେଇ ସହରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୫-ଟି ସଚିବଙ୍କ ଜରିଆରେ ବୁଦ୍ଧିଜୀବୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ପ୍ରାୟ ୩ କୋଟିରୁ ଅଧିକ ଅର୍ଥ ବିଭିନ୍ନ ପ୍ରକଳ୍ପ ପାଇଁ ଅନୁମୋଦନ କରିଛନ୍ତି। ସହରରେ ପାର୍କ, ଜିମ୍ ସମେତ ଅନ୍ୟାନ୍ୟ ଉନ୍ନତି କରାଯିବ। ସହରବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ କୃତଜ୍ଞତା ଜଣାଯାଇଛି।

ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, ଯୁବନେତା ଟି. ଚନ୍ଦ୍ର ଶେଖର ରାଓ, ଛାତ୍ର ନେତା ନାଗେଶ୍ୱର ରାଓ, ବିଜେଡି ନଗର ସଭାପତି ରାଜି ବାବୁ, ଆଇନଜୀବୀ ମନୋଜ ପାଢୀ, ଭୈରବ ପଟ୍ଟନାୟକ, ସୁରେଶ ଚନ୍ଦ୍ର ପଣ୍ଡା, ମୋହନ ରେଡି, ବିଜୟ କୃଷ୍ଣ ପଟ୍ଟନାୟକ, କିଶୋର ଚନ୍ଦ୍ର ସେନାପତି, ଯୁବ ନେତା ଅହିଭୂଷଣ ସାହୁ, ଡମିନାଥ ସାହୁ, ଅଟଳବିହାରୀ ପଟ୍ଟନାୟକ, ପୂର୍ଣ୍ଣବାସୀ ମହାପାତ୍ରଙ୍କ ସମେତ ବହୁ ଯୁବନେତା ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।