ଭୁବନେଶ୍ୱର : ରାଜ୍ୟରେ ପୁଣି ଜଣେ କରୋନା ପଜେଟିଭ୍ ଚିହ୍ନଟ। କିନ୍ତୁ ଏହି ବ୍ୟକ୍ତି ଜଣଙ୍କ କେଉଁ ଅଂଚଳର ତାହା ଜଣାପଡ଼ି ନାହିଁ। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଛୁଇଁଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ରାଜ୍ୟ ପାଇଁ ଖୁସି ଖବର ଥିବାବେଳେ ପୁଣି ଜଣେ କରୋନା ଆକ୍ରାନ୍ତ ମନକୁ ଭାରାକ୍ରାନ୍ତ କରିଦେଇଛି। ଗତ ୩ଦିନ ହେଲା ରାଜ୍ୟରେ କରୋନା ପଜେଟିଭ୍ ଚିହ୍ନଟ ହୋଇନଥିଲେ। ଆଜି ଅପରାହ୍ଣରେ ୩ଜଣ କରୋନା ପଜେଟଟିଭ୍ ସୁସ୍ଥ ହୋଇଛନ୍ତି ବୋଲି ସୂଚନା ମିଳିଥିଲା। ହେଲେ ବର୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି। ୨୪ଜଣ ସୁସ୍ଥ ହୋଇଛନ୍ତି, ଜଣେ ମୃତ୍ୟୁବରଣ କରିଛନ୍ତି, ଅନ୍ୟ ୩୭ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ଅବସ୍ଥାରେ ଅଛନ୍ତି।