ଭୁବନେଶ୍ୱରର ଏକ ଡଷ୍ଟବିନରୁ ନରକଙ୍କାଳ ଜବତ, ତଦନ୍ତ ଆରମ୍ଭ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରୁ ଶୁକ୍ରବାର ସକାଳେ ଆଇଆରସି ଭିଲେଜ ହାଇସ୍କୁଲ ପଛପଟେ ଥିବା ଏକ ଡଷ୍ଟବିନରୁ ମଣିଷର କଙ୍କାଳ ଉଦ୍ଧାର ହୋଇଛି। ସୂଚନା ଅନୁଯାୟୀ, ଆଇଆରସି ଭିଲେଜ ହାଇସ୍କୁଲ ପଛପଟେ ଏକ ପଲିଥିନରେ ହାଡ଼ ଓ ଖପୁରିବନ୍ଧା ହୋଇ ଡଷ୍ଟବିନରେ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।

ତେବେ ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପରେ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କଙ୍କାଳକୁ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ତଦନ୍ତ ରିପୋର୍ଟ ଆସିବାପରେ ମୃତ ବ୍ୟକ୍ତିର ପରିଚୟ ମିଳିପାରିବ ବୋଲି ପୁଲିସ ସୂଚନା ଦେଇଛି।