କ. ନୂଆଗାଁ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ ଅଞ୍ଚଳରେ ଥିବା ୬ଟି ସରକାରୀ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିତ ହୋଇ ସ୍ମାର୍ଟ ସ୍କୁଲରେ ପରିଣତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ କେ ପାଣ୍ଡିଅ।।ନ୍ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ଏହି ୬ଟି ବିଦ୍ୟାଳୟର ଉଦଘାଟନ କରିଛନ୍ତି । ବିଡିଓ ଜୟଦେବ ଦାସଙ୍କ ତତ୍ତ୍ୱାବଧନରେ କ. ନୂଆଗାଁ ବ୍ଲକରେ ତୃତୀୟ ପର୍ଯ୍ୟାୟରେ ଚାଲିଥିବା ଏହି ୫ଟି ବିଦ୍ୟାଳୟ ଗୁଡ଼ିକ ହେଲା ମହାସିଙ୍ଗି ପାଟଶ୍ରୀ ହାଇସ୍କୁଲ, ସିର୍ତିଗୁଡ଼ା ସ୍ୱର୍ଣ୍ଣପୁର ହାଇସ୍କୁଲ, ଗୁଞ୍ଜିବାଡ଼ି ଜ୍ଞାନଜ୍ୟୋତି ହାଇସ୍କୁଲ, ବଣ୍ଡଗୁଡ଼ା ପଞ୍ଚାୟତ ହାଇସ୍କୁଲ, ସିଏଲଭିଡିଏମ ତପବନ ଚାଞ୍ଚେଡ଼ି ହାଇସ୍କୁଲ ଓ ବାଲିଗଡ଼ା ଆଇଟିଡିଏ । ଉକ୍ତ ବିଦ୍ୟାଳୟ ଗୁଡ଼ିକରେ ଅତ୍ୟାଧୁନିକ ପଠାଗାର, ସାଇନ୍ସ ଲ୍ୟାବ, ରୋଷେଇ ଶାଳ, ଛାତ୍ରଛାତ୍ରୀଙ୍କ ସାଇକଲ ଷ୍ଟାଣ୍ଡ, ଶାରୀରିକ ବ୍ୟାୟମ ଲାଗି ଉନ୍ନତମାନର ଜିମ, ଖେଳ ପଡ଼ିଆ ଓ ସୁନ୍ଦର ବଗିଚା ପ୍ରସ୍ତୁତ କରାଯାଇଛି । ପ୍ରଥମଥର ଛାତ୍ରଛାତ୍ରୀମାନେ ଭିଡିଓ କନଫ୍ରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚୀବଙ୍କ ସହ ଉଦଘାଟନରେ ଅଂଶଗ୍ରହଣ କରିଥିବା ଯୋଗୁ ଖୁସି ଅନୁଭବ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯନ୍ତ୍ରୀ ପ୍ରକାଶ କୁମାର ସେଠୀ, ଏଇ ସିଦ୍ଧେଶ୍ୱର ପାଣିଗ୍ରାହୀ, ଶୁଭମ ମହାପାତ୍ର, ସ୍କୁଲ ସଭାପତି ଓ ସମସ୍ତ ପ୍ରଧାନଶିକ୍ଷକ ଉପସ୍ଥିତ ଥିଲେ ।