ସରକାରୀ ଚାକିରିଆଙ୍କ ୫୦ ପ୍ରତିଶତ ଦରମା କାଟିଲେ ତେଲେଙ୍ଗାନା ସରକାର

ତେଲେଙ୍ଗାନା,ଏଜେନ୍ସି: କରୋନା ପାଇଁ ସବୁ ରାଜ୍ୟ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟରୁ ମୁକୁଳିବା ପାଇଁ ରାଜ୍ୟମାନେ ବିଭିନ୍ନ ଦିଗରୁ ଖର୍ଚ୍ଚ କାଟ କରୁଛନ୍ତି। ଏଥିପାଇଁ ତେଲେଙ୍ଗାନା ସରକାର ତା’ର କର୍ମଚାରୀମାନଙ୍କର ୫୦ ପ୍ରତିଶତ ଦରମା କାଟିବାକୁ ଘୋଷଣା କରିଛି।

ଏଥିରେ ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଓ ଅନ୍ୟ କେନ୍ଦ୍ର ସରକାରୀ ଅଫିସରଙ୍କ ଦରମା ୬୦ ପ୍ରତିଶତ କଟାଯାଉଥିବା ବେଳେ ରାଜ୍ୟ ସରକାର ୫୦ ପ୍ରତିଶତ କାଟିବାକୁ ଘୋଷଣା କରିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ଓ ତାଙ୍କର କ୍ୟାବିନେଟ୍‌ ସହଯୋଗୀ, ଏମ୍‌ଏଲ୍‌ଏଙ୍କର ଦରମା ୭୫ ପ୍ରତିଶତ କଟାଯିବ ବୋଲି ଜଣାପଡ଼ିଛି। ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦରମା ୧୦ ପ୍ରତିଶତ କଟାଯିବାକୁ ଥିବା ବେଳେ ପେନ୍‌ସନ୍‌ଭୋଗୀଙ୍କର ମଧ୍ୟ ୫୦ ପ୍ରତିଶତ କଟାଯିବାକୁ ସରକାର ଘୋଷଣା କରିଛନ୍ତି ।

ସେହିପରି ସରକାରୀ ଅନୁଦାନରେ ଚାଲୁଥିବା ପ୍ରତିଷ୍ଠାନଗୁଡ଼ିକ ମଧ୍ୟ ଏହି ଅର୍ଥ ହ୍ରାସର ସାମନା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ଏହା ଘୋଷଣା କରିଛନ୍ତି ।