ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରର ସହିଦ ନଗର ଅଞ୍ଚଳରୁ ୫୦ଲକ୍ଷ ଟଙ୍କାର ପ୍ଲାଷ୍ଟିକ ସାମଗ୍ରୀ ଜବତ ହୋଇଛି। ସୂଚନା ଅନୁସାରେ ବିଏମସିର ଚଢ଼ଉ ବେଳେ ଏହା ଧରାପଡ଼ିଛି। ତେବେ ରାଜ୍ୟକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାରଙ୍କ ପକ୍ଷରୁ ପଲିଥିନ ଓ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ ବର୍ଜନ କରାଯାଇଥିଲା। ତେବେ ଏହାପରେ ପ୍ଲାଷ୍ଟିକ ବର୍ଜନ କରିବା ନେଇ ଅନେକ ସଚେତନତା କରାଯାଇଥିଲା।
